ଜିରାଳ କାର୍ତ୍ତିକେଶ୍ଵର ମହୋତ୍ସବ : ୨୫ ରୁ ଉର୍ଦ୍ଧ୍ବ ମେଢ଼, ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ !

ଢେଙ୍କନାଳ : ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ଗ୍ରାମର ପ୍ରସିଦ୍ଧ ଅଠର ତମ କାର୍ତ୍ତିକେଶ୍ଵର ମହୋତ୍ସବ ମଙ୍ଗଳ ବାର ଠାରୁ ଉଦଘାଟିତ ହୋଇଛି I ମଙ୍ଗଳ ବାର ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ସାଂସଦ ମହେଶ୍ ସାହୁ ଯୋଗଦେଇ ଉଦଘାଟନ କରିଛନ୍ତି I ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଲ୍ ଦିବ୍ୟଭି, ଉପ ଜିଲ୍ଲାପାଳ ଜ୍ଯୋତି ଶଙ୍କର ସାହୁ, ଭୁବନ ଥାନା ଅଧିକାରୀ ସୈଭାଗ୍ୟ ସ୍ଵାଇଁ, ବ୍ଲକ୍ ଅଧ୍ୟକ୍ଷ ସିପ୍ରା ବରାଳ, ସରପଞ୍ଚ ଉଦୟନାଥ ଲେଙ୍କା, ସମିତିସଭ୍ଯ ସସ୍ମିତା ପରିଡ଼ା, ସମବାୟ ସମିତି ସଭାପତି ରବିନାରାୟଣ ନାୟକ, ଗ୍ରାମ୍ୟ କମିଟି ସଭାପତି ଅର୍ଜୁନ ଚରଣ ପଣ୍ଡା ଓ ମୁଖ୍ୟ ବକ୍ତାଭାବେ ସମାଜସେବୀ ସଙ୍କର୍ଷଣ ପଣ୍ଡା ଯୋଗଦେଇଥିଲେ I

ଏହି କାର୍ତିକ ମହୋତ୍ସବ ପୁର୍ଣିମା ଦିନ ଠାରୁ ଆରମ୍ଭ ହୋଇଛି I କରୋନା ଯୋଗୁ ଦୁଇ ବର୍ଷ ହେବ ବନ୍ଦ ଥିବାରୁ ଚଳିତ ବର୍ଷ ଗ୍ରାମ୍ୟ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି I ଆଖ ପାଖ ଅଞ୍ଚଳର ଜିରାଳ ଗ୍ରାମ ବ୍ୟବସାୟୀକ ପେଣ୍ଠସ୍ତଲି ହୋଇଥିବାରୁ କାର୍ତ୍ତିକେଶ୍ଵର ମହୋତ୍ସବ ରେ ବେଶ୍ ଭିଡ ଦେଖିବାକୁ ମିଳୁଛି I ଚଳିତ ବର୍ଷ ପାଖା ପାଖି ତିନି ସହ ରୁ ଅଧିକ ବ୍ୟବସାୟୀକ ଷ୍ଟଲ୍ ରହିଛି I ପିଲାଙ୍କ ଦୋଳି, ଦୁଇଟି ଅପେରା, ସୁ ସ୍ୱାଦୂ ଖାଇବା ଓ ମହିଳା ମାନଙ୍କ ପାଇଁ ଘର କରୋନା ଜିନିଷ ମିଳୁଥିବା ରୁ ଲୋକ ମାନଙ୍କ ଭିଡ ଦେଖିବାକୁ ମିଳୁଛି I ଦୈନିକ କମିଟି ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମ ହେଉଛି I ବିଭିନ୍ନ ପୂଜା ମଣ୍ଡପରେ ୨୫ରୁ ଉର୍ଦ୍ଧ୍ବ ମେଢ଼ ପୂଜା ପାଉଛନ୍ତି ବିଶେଷକରି ବଡ ବଜାର ମେଢ଼ ଆକର୍ଷଣ ସାଜିଛି I ସୁରକ୍ଷା ଦୃଷ୍ଟିରୁ କାମାକ୍ଷନଗର ଥାନା ପୋଲିସ୍ ପକ୍ଷରୁ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି I ଲଭର୍ସ କ୍ଲବ୍ ଆନୁକୁଲ୍ୟରେ ରବିବାର ଦିନ ରାବଣା ପୋଡି ଉତ୍ସବ ଓ ସୋମବାର ଭସାଣୀ ଉତ୍ସବ ଅନୁଷ୍ଠିତ ହେବା ନେଇ କମିଟି ପକ୍ଷରୁ ଜଣାଇଛନ୍ତି I

କମିଟି ଚେୟାରମ୍ଯାନ ଶ୍ୟାମ ସୁନ୍ଦର ପଣ୍ଡା, ଉପ ସଭାପତି ରୁଦ୍ରାକ୍ଷ ପ୍ରସାଦ ଲେଙ୍କା, କମିଟି ଉପଦେଷ୍ଟା ରବି ନାରାୟଣ ବେହେରା, ରବି ନାୟକ, ଅମିୟ ମହାନ୍ତି, ଗଙ୍ଗା ଧର ନାୟକ, ବାବୁ ରାମ୍ ପ୍ରଧାନ, ସମସ୍ତ୍ ଯୁବ ଗୋଷ୍ଠୀ ଓ ଗ୍ରାମ୍ୟ କମିଟି ଓ ପୋଲିସ୍ ପ୍ରଶାସନ ସହଯୋଗ ରେ ଶାନ୍ତି ଶୃଙ୍ଖଳାର ସହ କାର୍ତ୍ତିକେଶ୍ଵର ମହୋତ୍ସବ ଅନୁଷ୍ଠିତ ହେଉଛି I

Leave A Reply

Your email address will not be published.

four × 2 =