ଢେଙ୍କାନାଳ : ମୃତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ତରଫରୁ ଚଳିତ ବର୍ଷ ପଲ୍ଲିଶ୍ରୀ ମେଳାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକୁ ପ୍ରଦର୍ଶିତ କରାଯାଇଛି ।
କ୍ଷେତପୋଖରୀ ଭିତିିକ ସମନ୍ନିତ କୃଷିର ମଡେଲଟି ଖୁବ୍ ଜୀବନ୍ତ କରାଯାଇ ପ୍ରଦର୍ଶିତ ହୋଇଛି । ପୋଖରୀପାଣିରେ ମାଛଚାଷ, ହୁଡ଼ାରେ ବିଭିନ୍ନ ଫଳଚାଷ ଓ କୁକୁଡା ଚାଷ କିପରି କରାଯାଇପାରିବ, ତାହା ଦର୍ଶକମାନଙ୍କୁ ବିଶେଷ ଭାବେ ଆକୃଷ୍ଟ କରୁଛି । ଏହା ବ୍ୟତୀତ କଲମୀ କାଜୁବଗିଚା ଓ ସେଥିରେ ଅନ୍ତଃଚାଷ, ନାଳପାଣିକୁ ଚେକଡ୍ୟାମ୍ ଦ୍ୱାରା ଅଟକାଇ ଚାଷଜମିକୁ ଜଳସେଚନ ଯୋଗାଇଦେବା ଇତ୍ୟାଦି ମଡେଲମାନ ପ୍ରଦର୍ଶିତ ହୋଇଛି । ଷ୍ଟଲଟିକୁ ବିଭାଗର କ୍ଷେତ୍ରକର୍ମଚାରୀମାନେ ଜୀବନ୍ତ କରି ସଜାଇଛନ୍ତି । ଷ୍ଟଲଟି ଜୀବନ୍ତ ଓ ସଂପୂର୍ଣ୍ଣ ସବୁଜିମାଭରା ହୋଇଥିବାରୁ ସଂଧ୍ୟାରେ ଜନଗହଳି ଦେଖାଯାଉଛି ।