ବାଣୀ ସାହିତ୍ୟ ସଂସଦ ତରଫରୁ ବାଜିରାଉତ ଙ୍କ ଶ୍ରାଦ୍ଧୋତ୍ସବ ପାଳିତ !

ଢ଼େଙ୍କାନାଳ : ଭୁବନର ସର୍ବପୁରାତନ ତଥା ସଂଭ୍ରାନ୍ତ ସାହିତ୍ୟ ଅନୁଷ୍ଠାନ ବାଣୀ ସାହିତ୍ୟ ସଂସଦ ତରଫରୁ ନୂଆଭୁବନ ସ୍ଥିତ ରଘୁନାଥ ଭବନ ଠାରେ ସହିଦ ବୀର ବାଜିରାଉତ ଙ୍କ ୮୪ ତମ ଶ୍ରଦ୍ଧୋତ୍ସବ ପାଳିତ ହୋଇଯାଇଛି ।

ପ୍ରତିଷ୍ଠାତା ସଭାପତି ବାଣୀଶ୍ରୀ ରବୀନ୍ଦ୍ର କୁମାର ହୋତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଣ୍ଡିତ ପ୍ରମୋଦ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯେଗଦେଇ ସର୍ବ କନିଷ୍ଠ ସହିଦ ବାଜିରାଉତ ଙ୍କ ଜୀବନୀ ସଂପର୍କରେ ସାରଗର୍ଭକ ଭାଷଣ ଦେଇଥିଲେ ଓ ନୀଳକଣ୍ଠପୁର ରେ ହେଉଥିବା କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଏକଚାଟିଆ କାରବାର ବୋଲି ମତବ୍ୟକ୍ତ କରିଥିଲେ ।

ବାଜିରାଉତ ସୃତି ପରିଷଦର ଅଧ୍ୟକ୍ଷ ବର୍ଷିଆନ ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ କାଳନ୍ଦି ସାହୁ ଙ୍କ ଅମର ଆତ୍ମା ସଦଗତି ନିମନ୍ତେ ୨ ମିନିଟ
ନୀରବ ପ୍ରାର୍ଥନା କରାଯଇଥିଲା । ଲଳିତ କୁମାର ବେହେରା , ସାମ୍ବାଦିକ ସୁଶାନ୍ତ କୁମାର ପୋଥାଳ, ମାନସ ବେଜ ,କବି ଗୋପୀନାଥ ବେହେରା , ଦେବ ପ୍ରସାଦ ସେଠୀ ,ପ୍ରଭୁ ପ୍ରସାଦ ସେଠୀ , କବିତା ଦେହୁରୀ , ସୁକାନ୍ତୀ ବେଜ ,ପ୍ରମିଳା ବେଜ , ଅନୁଷ୍ଠାନ ର ସଂପାଦିକା ବାସନ୍ତୀ କୁମାରୀ ମିଶ୍ର ପ୍ରମୁଖ ଯୋଗଦେଇ ସହିଦ ଙ୍କ ଜୀବନର ଅନେକ ଅନାଲୋଚିତ ଘଟଣାବଳୀ ସଂପର୍କରେ ଆଲୋକପାତ କରିବା ସହିତ ସ୍ମୃତିଚାରଣ
କରିଥିଲେ । ଶେଷରେ ବରିଷ୍ଠ ସଭ୍ୟ ଲଳିତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

4 × five =