ଢେଙ୍କାନାଳ : ସଦର ବ୍ଲକ ଅର୍ନ୍ତଗତ ବନସିଂହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅଭିଭାବକ ବୃନ୍ଦ ଶିକ୍ଷକ ଓ ଶିକ୍ଷା ପରାମର୍ଶ ଦାତା ଙ୍କୁ ନେଇ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ କରାଯାଇଥିଲା ।
ଉକ୍ତ କାର୍ଯ୍ୟ କ୍ରମରେ ପ୍ରମୋଦ କୁମାର ମଲିକ, ଇତିଶ୍ରୀ ମହାନ୍ତି, ବୀଣାପାଣି ସେନାପତି, ଏ ବି ଓ ଦୟାନିଧି ନାଥ ବନସିଂହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିକ୍ରମ ସେଠୀ ଓ ଅଭିବାଭାକ, ଶିକ୍ଷକ ଏବଂ ଶିକ୍ଷା ପରାମର୍ଶ ଦାତାଙ୍କୁ ଭିନ୍ନକ୍ଷମ ପିଲାମାନଙ୍କର ସରକାରୀ ସୁବିଧା ସୁଯୋଗ ସେମାନଙ୍କର ଅଭିଭାବକ କଥା ସମାଜରେ ସମସ୍ତଙ୍କର ବିଚାର କର୍ତ୍ତବ୍ୟ ଯେ ସେମାନଙ୍କୁ କିପରିଭାବେ ମୁଖ୍ୟସ୍ରୋତରେ ସାମିଲକରିବା ଉପରେ ଧାରଣା ଦେବା ସହିତ ୨୦୧୬ରେ ଯେଉଁ ୨୧ପ୍ରକାର ଭିନ୍ନକ୍ଷମ ବ୍ୟକ୍ତି ଏବଂ ପିଲାମାନଙ୍କୁ ମାନ୍ୟତା ଦିଆଯାଇଛି। ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।
ତତସହିତ ପିଲାମାନେ କିପରି ପ୍ରତେକ ଦିନ ବିଦ୍ୟାଳୟ କୁ ଆସିବେ, ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ସର୍ବଶେଷରେ ପିଲାମାନେ ବିଦ୍ୟାଳୟକୁ ଆସିବା ଦ୍ଵରା ସେମାଙ୍କର କିପରି ମାନସିକ, ଭୌତିକ, ସାମାଜିକ ବ୍ୟବହାରିକ ଉନ୍ନତି ହୁଏ ତାହା ମଧ୍ୟ ଆଲୋଚନା କରାଯାଇ ସଭା ସାଙ୍ଗ କରା ଯାଇଥିଲା ।