ନାରୀ ଶକ୍ତିର ଅଦମ୍ୟ ଗାଥା – ବୀରାଙ୍ଗନା କର୍ଣ୍ଣେଲ ସୋଫିଆ ଏବଂ ୱିଙ୍ଗ କମାଣ୍ଡର ଭୋମିକା ସିଂ !

ଯେଉଁ ସମୟରେ ନାରୀ ମାନଙ୍କୁ ମାତ୍ର ଘର ଓ ପରିବାର ପରିସରରେ ରଖିବାକୁ ଚେଷ୍ଟା ହେଉଥିଲା, ସେଠି ଭାରତର ଦୁଇ ଶୂରବୀରା – କର୍ନୈଲ ସୋଫିଆ କୁରୈଶି ଓ ୱିଙ୍ଗ କମାଣ୍ଡର ଭୋମିକା ସିଂହ, ନାରୀ ଶକ୍ତି ଓ ଦେଶପ୍ରେମର ନୂଆ ପରିଭାଷା ଲେଖିଦେଲେ। ଅପରେଶନ ସିନ୍ଦୁର ଭିତରେ କର୍ନୈଲ ସୋଫିଆ ଙ୍କ ଦୃଢ଼ ନେତୃତ୍ୱ ଓ ଭୋମିକା ସିଂହ ଙ୍କ ଆକାଶରେ ଶୂନ୍ୟ ଦୂତି ଭାରତୀୟ ନାରୀ ଙ୍କ ଅଦମ୍ୟ ଶକ୍ତି ଓ ବଳିଦାନର ପ୍ରମାଣ ଅଟୁଟ ରୂପେ ଥିଲା।
ପାହାଳଗାମ ଏକ ସୁନ୍ଦର ଶିତଳ ପାହାଡ଼ ଘେରିଥିବା ଭୂମି, ଯେଉଁଠାରେ ବାସି ଥିଲା ଶାନ୍ତି ଓ ଶ୍ରମିକ ଜୀବନର ଗାନ। କିନ୍ତୁ ପାକିସ୍ଥାନି ଆତଙ୍କବାଦୀର ଅନ୍ୟାୟ ଓ ଅନ୍ଧକାର ଏହି ଗାନକୁ ରକ୍ତ ଓ ଆଉଶ୍ରୁର ଧ୍ୱନିରେ ଡୁବାଇଦେଲା। ଏକ ଆତଙ୍କବାଦୀ ଆକ୍ରମଣ, ଯାହା ମାନବତାର ମୁହଁକୁ କଳିଙ୍ଗା କରିଦେଲା।
ସେଇ ଘଟଣା ପରେ ଭାରତ ଚୂପ ରହିପାରିଲା ନାହିଁ। ଆସିଗଲା ଏକ ଦ୍ରୁତ, ଶକ୍ତିଶାଳୀ ଓ ତୀବ୍ର ପ୍ରତିଘାତ “ଅପରେସନ ସିନ୍ଦୁର”। ଏହି ଅପରେସନ ଏକ ସେନା ଉପକ୍ରମ ନୁହେଁ, ଏହା ଥିଲା ଏକ ଦେଶମାତାଙ୍କ ନିଜ ଶିନ୍ଦୂର ରକ୍ଷା ପାଇଁ ଘୋଷିତ ଯୁଦ୍ଧ, ଯେଉଁଠି ନାରୀ ଏଗିଅସିଥିଲେ ନେତୃତ୍ୱ ଦେବା ପାଇଁ।
କର୍ଣ୍ଣେଲ ସୋଫିଆ କୁରୈଶି – ଜଣେ ଏମିତି ମହିଳା ଯୋଦ୍ଧା ଯେଉଁଠି ଧୈର୍ଯ୍ୟ, ବୁଦ୍ଧିମତ୍ତା ଓ ଯୁଦ୍ଧ ଚତୁରତା ଏକାସାଥିରେ ଗଠିତ ହୋଇଥିଲା। ସେ ଯେବେ ଅପରେସନର ଯୋଜନା କଲେ, ତାଙ୍କ ଆଖିରେ ଥିଲା ଦେଶ ମା’ଙ୍କ ଆଶିଷ ଓ ଶହୀଦ ମାନଙ୍କ ଚିତ୍କାର। ମନେପକାଇ ନିଜ ପରିବାର ପାଇଁ ଲାଗି ଯୁଦ୍ଧ କରୁନାହିଁ – ସେ ଯୁଦ୍ଧ କରୁଥିଲେ ଜଣେ ମା’ଙ୍କ ପୁଅଙ୍କ ପ୍ରତି ମାତୃ ଭାବ ଓ ଦେଶ ଲାଗି ନିଜ ଦେହ ଦେବା ଶପଥ ନେଇ।
ତାଂକ ସହ ତାଳ ଦେଇଥିଲେ ୱିଙ୍ଗ କମାଣ୍ଡର ଭୋମିକା ସିଂ- ତାଙ୍କ ବିମାନର ଗତି ଥିଲା ମେଘରେ ଶେର ଚାଲି। ତିନି ବେଳେ ଶବ୍ଦ ବିମାନରେ ଚଢି ଅସମ୍ଭବକୁ ସମ୍ଭବ କଲେ। ତାଙ୍କ ଲକ୍ଷ୍ୟ ଥିଲା ଆତଙ୍କବାଦୀ ମାନଙ୍କ ଗୁପ୍ତ ଶିବିର।
ଏହି ଅପରେସନ ସିନ୍ଦୁର କେବଳ ଏକ ଯୁଦ୍ଧ ଯୋଜନା ନୁହେଁ। ଏହା ଏକ ମହିଳାଙ୍କ ହୃଦୟର ଶୋଧ, ତାଙ୍କ ସାହସର ଶିଖର ଓ ଦେଶ ପ୍ରତି ନିଜ ଅସୀମ ପ୍ରେମର ପ୍ରତୀକ। ମା’ଙ୍କ ଲାଗି ଯେଉଁ ଶିନ୍ଦୂର ହରିଯିବା ଅର୍ଥ ହେଉଛି ଶ୍ରାଦ୍ଧ, ସେଇ ଶିନ୍ଦୂରକୁ ରକ୍ଷା କରିବା ପାଇଁ ସେ ନାରୀମାନେ ନିଜ ଜୀବନର ବାଜି ଲଗେଇ ଦେଲେ।
ଭାରତ ବିକାଶ ହେଉଛି, କିନ୍ତୁ ଏହା ନାରୀ ଶକ୍ତିକୁ ଦେଖି ସେ ଗର୍ବ କରିପାରିଥିଲା। ଏହି ଭାଗ୍ୟରେ ସୋଫିଆ ଓ ଭୋମିକା ପରି ମହିଳାମାନେ ଥିଲେ, ଯେଉଁଠି ଘର ଓ ଆକାଶ ଏକ ହୁଏ।
ଆଜି ଦେଶ ତାଙ୍କୁ ନମନ କରେ – ଏହି ଦୁଇ ଜୀବନ୍ତ ଅମରତା ପାଇଁ। ତାଙ୍କ ନାମ ଲେଖା ଯିବ ଇତିହାସର ପ୍ରତିଟି ପୃଷ୍ଠାରେ।ଏକ ଶୂନ୍ୟ ତଳୁ ଶୂନ୍ୟ ଶିଖର ପର୍ଯ୍ୟନ୍ତ ସଫଳତାର ଜ୍ୟୋତ୍ସ୍ନା ହିସାବରେ।ଏହା କେବଳ ଅପରେସନ ସିନ୍ଦୁର ନୁହେଁ ,ଏହା ହେଉଛି ଦେଶ ଲାଗି ଜନନୀ ଶକ୍ତିର ରକ୍ତେ ଲିଖା ଶପଥ।
ଆସନ୍ତୁ, ଏହି ଶୂର ବିରାଙ୍ଗନା ମାନଙ୍କ ଚରିତ୍ର ଓ ଆଦର୍ଶ ଆମ ପିଲାମାନେ କେବଳ ପାଠବହିରେ ନୁହଁ, ଜୀବନରେ ପଢୁନ୍ତୁ। କାରଣ, ଏମାନେ ହେଉଛନ୍ତି ଜୀବନ୍ତ ଇତିହାସ, ଦେଶ ର ଗର୍ବ, ଓ ନାରୀ ଶକ୍ତିର ଅଦୃଶ୍ୟ ଅଶ୍ତ୍ର। ଜୟ ହିନ୍ଦ।

✍️ ଅନସାର ଅଲୀ ଖାଁ, ଢେଙ୍କାନାଳ।

Leave A Reply

Your email address will not be published.

twenty + sixteen =