ଭୁବନ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଦେଶର ଅଗ୍ରଣୀ ବ୍ୟାଙ୍କ ଭାବେ ପ୍ରତିଷ୍ଠା ଲାଭ କରିଥିବା ବେଳେ ଏସ ବି ଆଇ ଭୁବନ ଶାଖାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ପୂର୍ବରୁ ଏହି ବ୍ୟାଙ୍କ ଟି କାଳୀ ବଜାର ରେ ଥିବା ବେଳେ କାଳୀ ବଜାର ଓ ନୂଆ ବଜାର ବସଷ୍ଟାଣ୍ଡ ରେ ଦୁଇଟି ଏ ଟି ଏମ କାଉଣ୍ଟର ଥିଲା । ପ୍ରାୟ ଦୁଇ ବର୍ଷ ହେଲା ବ୍ୟାଙ୍କ ଟି କାଳୀ ବଜାର ରୁ ଏନ୍ ଏ ସି ଅଫିସ ପଛ ପଟ କୁ ସ୍ଥାନାନ୍ତର ହେବା ପରେ ନୂଆ ବଜାର ଓ କାଳୀ ବଜାର ଏ ଟି ଏମ କାଉଣ୍ଟର ବନ୍ଦ ହୋଇଗଲା । ପରବର୍ତ୍ତୀ ସମୟରେ ଗୋଡ଼ି ପୋଖରୀ ଛକ ଓ ନୂଆ ଭୁବନ କ୍ଷୁଦ୍ର ଜଳ ସେଚନ ଅଫିସ ସମ୍ମୁଖକୁ ଏ ଟି ଏମ କାଉଣ୍ଟର ଉଠିଗଲା । ନୂଆ ବଜାର ଓ କାଳୀ ବଜାର ଭୁବନ ର ମୁଖ୍ୟ ବ୍ୟବସାୟିକ ପେଣ୍ଠ ସ୍ଥଳୀ ହୋଇଥିବା ବେଳେ ଏହି ଅଞ୍ଚଳରେ ଏସ ବି ଆଇ ର ଏ ଟି ଏମ ନରହିବା ଏବଂ ଛୁଟି ଦିନ ମାନଙ୍କରେ ଏ ଟି ଏମ ରେ ଆଦୌ ପଇସା ନରହିବା ଫଳରେ ମାର୍କେଟିଂ ପାଇଁ ଆସୁଥିବା ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୋଡ଼ି ପୋଖରୀ ଛକ ରେ ଥିବା ଏ ଟି ଏମ କାଉଣ୍ଟର କୁ ଯିବା ପାଇଁ ପାହାଚ ନ ଥିବାରୁ ଘୋଷରାରେ ଗୋଡ ଖସି ଅନେକ ଲୋକ ଆହତ ହେଉଛନ୍ତି । ତାଛଡା ଗୋଡ଼ି ପୋଖରୀ ଛକ ରେ ଅଧିକାଂଶ ସମୟରେ ରାସ୍ତା ଜାମ ରହୁଛି ଓ ଏ ଟି ଏମ ସମ୍ମୁଖରେ ଗାଡ଼ି ପାର୍କିଂ ପାଇଁ ଜାଗା ନ ଥିବାରୁ ସମସ୍ୟା ଉପୂଜୁଛି । ଏହି ଏ ଟି ଏମ କାଉଣ୍ଟର କୁ ନୂଆ ବଜାର (ବସଷ୍ଟାଣ୍ଡ) କୁ ସ୍ଥାନାନ୍ତର କରିବା ପାଇଁ ଦାବି ହୋଇଛି । ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଜନ ସାଧାରଣରେ ଦାବି ହୋଇଛି।